Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

(ଦ କୁଇଭର): ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେ ଗରୁଡ଼ ସ୍ତମ୍ବ ପାଖଷର ଅଟକିଯାଇଥିଲେ । ଏବଂ ସେଠାରେ ରହି ସେ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ ।

ଆଜି ଅପରାହ୍ଣ ୨.୩୦ ମିନିଟ୍ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ସେ ପୁରୀ ଅଭିମୁଖେ ଯାଇଥିଲେ । ୩.୫ ମିନିଟରେ ପୁରୀ ହେଲିପ୍ୟାଡରେ ପହଞ୍ଚିବା ପରେ ସେ ରାଜଭବନକୁ ଯାଇଥିଲେ । ପରେ ସେ ସନ୍ଧ୍ୟା ୫ଟାରୁ ୫.୪୫ ମଧ୍ୟରେ ଶ୍ରୀମନ୍ଦିରକୁ ଯାଇଥିଲେ ଓ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାମନାଥ କୋବିନ୍ଦ ରାଜଭବନରେ ରାତ୍ରି ଯାପନ କରିବେ । ଏବଂ ରାଷ୍ଟ୍ରପତିଙ୍କ ସହ ଆସିଥିବା ଅନ୍ୟ ୪୦ଜଣ ଅତିଥି ଘରୋଇ ହୋଟେଲରେ ରହିବେ ।

Exit mobile version