Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିର୍ମମ ମାଡ: ଭିଡିଓ ଭାଇରାଲ

(ଦ କୁଇଭର): ୟୁକ୍ରେନ୍ ଓ ଋଷ ମଧ୍ୟରେ ଘମାଘୋଟ ଲଢେଇ ଭିତରେ ଫସିରହିଛନ୍ତି ଭାରତୀୟ ନାଗରିକ । ଏହାରି ଭିତରେ ହଇରାଣ ହେଉଛନ୍ତି ସାଧାରଣ ଲୋକେ । ଯୁଦ୍ଧ ମଧ୍ୟରେ ସାଧାରଣ ଲୋକଙ୍କ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି । ଏବେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ମାର୍ପିଟ୍ ହେଉଥିବା ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଭାରତୀୟ ଉପରେ ପୋଲାଣ୍ଡର ପୋଲିସ ଏବଂ ସେନା ଭାରତୀୟ ଛାତ୍ର, ଯୁବକ ଏବଂ ମହିଳାମାନଙ୍କୁ ମାରିବା ଏବଂ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଭିଡିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସେମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଅପିଲ୍ କରିଛନ୍ତି ।

ସେ କହିଛନ୍ତି ଯେ ‘ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆମେ ଛାଡିପାରିବୁ ନାହିଁ । ବିଶେଷ କରି ସେହି ଭାରତୀୟ ଛାତ୍ରମାନେ ଯେଉଁମାନେ ଅତି ହିଂସା ପରିସ୍ଥିତି ଦେଇ ଗତି କରୁଛନ୍ତି । ତେଣୁ ସରକାର ସେମାନଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଆଣିବାକୁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ’ ବୋଲି ରାହୁଲ କହିଛନ୍ତି ।

ଏପଟେ ୟୁକ୍ରେନ-ପୋଲାଣ୍ଡ ସୀମାରେ ଜଣେ ଛାତ୍ର ଏକ ରାସ୍ତାରେ ବସିଥିବାର ଦେଖାଯାଇଥିବା ଭିଡିଓରେ ଦର୍ଶାଯାଇଛି। ଭିଡିଓରେ ସୀମାନ୍ତ ବାହିନୀ ଭାରତୀୟ ଛାତ୍ରମାନଙ୍କୁ ଚାପୁଡ଼ା ମାରିବା ଏବଂ ହଇରାଣ କରୁଥିବା ଦେଖିବାକୁ ମିଳିଛି।

Exit mobile version