ରାତି ପାହିଲେ ମହାଶିବରାତ୍ରୀ: ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

(ଦ କୁଇଭର): ରାତି ପାହିଲେ ମହାଶିବରାତ୍ରୀ । ଚଳଚଞ୍ଚଳ ମନ୍ଦିରମାଳିନୀ ସହର ଭୁବନେଶ୍ୱର । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୫ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ। ଆଡ଼କାଠରୁ ଭକ୍ତ କରିବେ ଦର୍ଶନ, କୋଭିଡ କଟକଣାରେ ଜାଗର ଜାଳିବା ଉପରେ ଗୁରୁତ୍ୱ। ରାତି ୧୦ଟା ରେ ଉଠିବ ମହାଦୀପ। ଆସନ୍ତାକାଲି ରାତି ୩ଟାରୁ ଖୋଲିବ ମନ୍ଦିର ମୁଖ୍ୟଦ୍ୱାର। ୩.୩୦ରେ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଅବକାଶ ନୀତି। ଏହା ପରେ ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ। ନିୟମ ଅନୁଯାୟୀ ଗର୍ଭଗୃହ ଦର୍ଶ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରିବେ। ମନ୍ଦିର ଚତୁର୍ପାର୍ଶ୍ଵରେ ବ୍ୟାରିକେଡ ହୋଇଛି। ଧାଡ଼ି ବାନ୍ଧି ମନ୍ଦିର ସିଂହ ଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ।ନାଟ୍ୟ ମଣ୍ଡପରେ କରିପାରିବେ ଭୋଗରାଜ। ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବେ ସେବାୟତ ଓ ତାଙ୍କ ପରିବାର ବର୍ଗ। ସମୟରେ ନୀତିକାନ୍ତି ହୋଇ ନିର୍ଧାରିତ ସମୟ ୧୦ ଟାରେ ମହାଦୀପ ଉଠିବ।

ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ବି.ଏମ.ସି ପକ୍ଷରୁ ଶିବରାତ୍ରି ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାୟରେ ପହଁଚିଛି। ମନ୍ଦିର ସୌନ୍ଦର୍ୟ୍ୟକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବି.ଏମ.ସି। ଏହା ସହ ପାନୀୟଜଳ, ଶୌଚାଳୟ ଓ ସ୍ୱଚ୍ଛତା ବ୍ୟବସ୍ଥା କରିଛି ବି.ଏମ.ସି। ସେହିଭଳି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି। ସେହିଭଳି ରାତିରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିବେ କିଭଳି ସେ ନେଇ ମଧ୍ୟ ପୋଲିସ ଓ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ କେବଳ ଜାଗର ଜାଳିପାରିବେ ଭକ୍ତ।

Leave a Reply

Your email address will not be published. Required fields are marked *