ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ପରାମର୍ଶ: ‘ଆଜି ହିଁ କିଭ୍ ଛାଡ’

(ଦ କୁଇଭର): ୟୁକ୍ରେନ୍ ବିରୋଧରେ ଆଣବିକ ଯୁଦ୍ଧପାଇଁ ଋଷର ଧମକ । ଏପଟେ ଭାରତର ବଢିଲାଣି ଚିନ୍ତା । ଏହି ମହାଯୁଦ୍ଧକୁ ନେଇ ଭାରତ ସରକାର ନେଇଛନ୍ତି ବଡ ନିଷ୍ପତି । କିଭ୍ ରେ ଥିବା ଭାରତୀୟଙ୍କ ପାଇଁ କଡା ଆଲର୍ଟ ଜାରି କରିଛି ଭାରତ । ଆଜି ହିଁ ତୁରନ୍ତ କିଭ୍ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁକ୍ରେନରେ ବଢୁଥିବା ବିପଦକୁ ଦେଖି ଭାରତୀୟ ଦୂତାବାସ ତୁରନ୍ତ କିଭ ସହର ଛାଡିବାକୁ ଅପିଲ କରିଛନ୍ତି ।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଯେଉଁ ଭାରତୀୟମାନେ କିଭ ସହରରେ ଅଛନ୍ତି ତୁରନ୍ତ ସହର ଛାଡି ଚାଲିଯାଆନ୍ତୁ । ଯେକୌଣସି ପ୍ରକାର ବାହାରି ଆସିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଟ୍ରେନ କିମ୍ବା ଯେ କୌଣସି ଯାତାୟତର ସାଧନ ମିଳୁଛି ତାକୁ ଧରି କିଭରୁ ଆଜି ବାହାରି ଯାଆନ୍ତୁ ବୋଲି ଆଡଭାଇଜରିରେ କୁହାଯାଇଛି । ଏପଟେ ଅପରେସନ ଗଙ୍ଗା ଅଧିନରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ଭାରତୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟ ବାୟୁସେନାର ସି-୧୭ ବିମାନ ଏଥିପାଇଁ ବ୍ୟବହାର କରାଯିବ । ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଏବାବଦରେ ଅବଗତ କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଅଛନ୍ତି । ଅପରେସନ୍ ଗଙ୍ଗାରେ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକ ଭାରତ ଫେରିଛନ୍ତି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *