(ଦ କୁଇଭର): ବିପଦରେ ବଡ଼ ଦେଉଳ । ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ପ୍ରକଳ୍ପକୁ ନେଇ ବଢୁଛି ଦ୍ୱନ୍ଦ । ଜିଲ୍ଲାପାଳଙ୍କ ହଁ, ଏଏସଆଇର ନା । କିଏ ଠିକ୍? କାହିଁକି କରାଯାଉନି ସ୍ପଷ୍ଟ? ଭକ୍ତର ଭାବାବେଗ ସହ କାହିଁକି ହେଉଛି ଖେଳ? କାହିଁକି ବିଧିବଦ୍ଧଭାବେ କହୁନାହାନ୍ତି ସରକାର? କାହିଁକି ଚାଲିଛି କାଦୁଅ ଫିଙ୍ଗା?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ଶ୍ରୀମନ୍ଦିର ହେରିଟେଜ୍ କରିଡର କାର୍ଯ୍ୟ ଚାଲିଛି, ଯେଉଁଥିରେ ଆରମ୍ଭ ପ୍ରକ୍ରିୟାରେ ୧୫ରୁ ୨୦ ଫୁଟ ଗଭୀରର ଗାତ ଖୋଳି ପାଇଲିଂ କରାଯାଉଛି । ତାହା ଫୁଣି ମେଘନାଦ ପ୍ରାଚୀରଠାରୁ ମାତ୍ର ଅଳ୍ପ ଦୂରରେ । ସଂରକ୍ଷଣ ଆଇନ ଅନୁସାରେ ଏହା ପ୍ରେଟେକ୍ଟଡ ଜୋନ୍ ମଧ୍ୟରେ ଯାଉଛି । ଏଏସଆଇର ସୂଚନା ମୁତାବକ, ମେଘନାଦ ପ୍ରାଚୀର ପର୍ଯ୍ୟନ୍ତ ପ୍ରେଟେକ୍ଟେଡ ମନୁମେଣ୍ଟ । ଅର୍ଥାତ୍ ଏହି ମେଘନାଦ ପ୍ରାଚୀରଠାରୁ ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହେବା ବେଆଇନ । କିନ୍ତୁ ଏହି କାମ ଚାଲିଛି । ଏହି କାର୍ଯ୍ୟ ପାଇଁ ଏଏସଆଇ କୌଣସି ସ୍ପଷ୍ଟ ମତ ଦେଇନାହିଁ ।

କିନ୍ତୁ ଆମ ଟିମ୍ ଯେତେବେଳେ ଏହି ପ୍ରସଙ୍ଗରେ ଏଏସଆଇ ସହ ଯୋଗାଯୋଗ କରିଥିଲେ, ସେତେବେଳେ ଏଥିପାଇଁ କୌଣସି ଅନୁମତି ଦିଆଯାଇନଥିବା, ଏବଂ ଏହା ବିଚରାଧୀନ ଥିବା କହିଛନ୍ତି ଏଏସଆଇର ସୁପରିଟେଣ୍ଡିଙ୍ଗ ଆରକୋଲୋଜି । କିନ୍ତୁ ଜିଳ୍ଲାପାଳ ଦେଖାଉଛନ୍ତି ଆମ ପାଖରେ ରହିଛି ଅନୁମତି । ତେବେ ଏଠାରେ କିଏ କହୁଛି ଠିକ୍?

ତେବେ କାହା ଅନୁମତିରେ ଚାଲିଛି ଖନନ କାର୍ଯ୍ୟ? ଏହା ପଛରେ କ’ଣ ରହିଛି ପ୍ଲାନ୍? ଯଦି ଏଏସଆଇ ଅନୁମତି ମିଳିନି ତେବେ ଖନନ କାର୍ଯ୍ୟ ଚାଲିଛି କିପରି? ଏହି ଘଟଣାର ଟିକନିକ ସତ୍ୟ ଆମେ ଆପଣଙ୍କ ପାଖରେ ପହଞ୍ଚାଇବୁ, ଆଗାମୀ ରିପୋର୍ଟରେ ଆସନ୍ତାକାଲି ଖୋଲିବୁ ଆଉ କିଛି ରହସ୍ୟ ।

Leave a Reply

Your email address will not be published. Required fields are marked *