Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚର୍ଚ୍ଚାରେ ୧୧ବର୍ଷର ଶିଶୁ, ୧ ହଜାର କିଲୋମିଟର ଏକାକୀ କଲା ଯାତ୍ରା

(ଦ କୁଇଭର): ଋଷ-ୟୁକ୍ରେନ୍ ଯୁଦ୍ଧରେ ସବୁକିଛି ଛାରଖାର । କିଏ ପୁଅକୁ ହରାଇଛି ତ କାହାର ମାଆ ଗୁଳିମାଡରେ ଟଳିପଡିଛି । ଜୀବନ ବଞ୍ଚାଇବାକୁ ୟୁକ୍ରେନ୍ ଛାଡି ଯିଏ ଯୁଆଡେ ପାରୁଛନ୍ତି ଧାଉଁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଅତି ଦୁଃଖଦାୟକ ଘଟଣା । ଯାହା ଦେଖିଲେ ଆପଣଙ୍କ ଅଖିରେ ଲୁହ ଆସିଯିବ ।

ଦେଖନ୍ତୁ ଏହି ଛୋଟ ପିଲାଟିକୁ । ଏହି ୧୧ ବର୍ଷର ଛୁଆଟି ଜୀବନ କ’ଣ ବୁଝିବା ଆଗରୁ ବଞ୍ଚିବାକୁ ସଂଘର୍ଷ କରୁଛି । ଆଖିରୁ ଝରିଯାଉଛି ଧାରଧାର ଲୁହ । ରାସ୍ତା ମଝିରେ କାନ୍ଦି କାନ୍ଦି ଦେଶ ଛାଡୁଛି । ଆହା ପଦେ କହିବାକୁ କିଏ ନାହାଁନ୍ତି । ଅଜଣା ରାଇଜରେ ଆଗକୁ ବଢିଚାଲିଛି ଏହି କଅଁଳ ଛୁଆଟି । ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଦେଖି ଭାବୁଥିବେ ଏହି ଛୋଟ ପିଲାଟି କିଏ ? କୁଆଡେ ଗଲେ ତା ପରିବାର ?

ଶିଶୁଟିର ବାପା ମା’ ୟୁକ୍ରେନରେ ରୁହନ୍ତି । ତାଙ୍କ ପରିବାରରେ ଜଣେ ବୟସ୍କଙ୍କ ଅବସ୍ଥାଅତି ଶୋଚନୀୟ ଥିବାରୁ ସେମାନେଙ୍କୁ ୟୁକ୍ରେନରେ ହିଁ ରହିବାକୁ ପଡିଥିଲା, ଆଉ ପୁଅକୁ ବଞ୍ଚାଇବା ପାଇଁ ପୁଅକୁ ଏକ ଟ୍ରେନରେ ବସାଇ ସ୍ଲୋଭାକିଆରେ ଥିବା ବନ୍ଧୁଙ୍କ ନିକଟରେ ପଠାଇଥିଲେ । ବନ୍ଧୁ ଜଣକ ଯେପରି ତାଙ୍କ ପୁଅକୁ ଚିହ୍ନିପାରିବେ, ଶିଶୁ ହାତରେ କିଛି ପୋଷାକ,ପାଣି ବୋତଲ ଓ ଏକ ଚିଠି ,ପାସପୋର୍ଟ ଦେଇଥିଲେ।

ଶିଶୁଟିକୁ ସୀମାରେ ପହଞ୍ଚିବା ପରେ ସେଠାକାର ସେନା ତାଙ୍କୁ ସହଯୋଗ କରିଥିଲେ। ପୁଅର ହାତରେ ଥିବା ଫୋନ ନମ୍ବରରେ ଫୋନ କରିଥିଲେ ସମ୍ପର୍କୀୟଙ୍କୁ । ସମ୍ପର୍କୀୟ ପହଞ୍ଚି ଶିଶୁକୁ ନିଜ ସହ ନେଇଥିଲେ। ସୀମାରେ ସୁରକ୍ଷିତ ପହଞ୍ଚିଥିବାରୁ ସ୍ଲୋଭାକିଆ ସରକାର ଓ ସେନାଙ୍କୁ ଶିଶୁର ମାଆ କୃତଜ୍ଞତା ଜଣାଇଛନ୍ତି। ଶିଶୁଟି ପ୍ରାୟ ୧ ହଜାର କିଲୋମିଟର ଏକାକୀ ଯାତ୍ରା କରି ପହଞ୍ଚିଛି। ଯୁଦ୍ଧ ଭିତରେ ଏହି କୁନି ପୁଅର ଅଦମ୍ୟ ସାହସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Exit mobile version