ହାରିଲେ ସିଦ୍ଧୁ: ଆପକୁ ଜଣାଇଲେ ଶୁଭେଚ୍ଛା

(ଦ କୁଇଭର): ରାଜ୍ୟ କଂଗ୍ରେସ କମିଟିର ସଭାପତି ନବଜୋତ ସିଂ ସିଦ୍ଧୁ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ପଞ୍ଜାବର ଲୋକମାନେ ଗ୍ରହଣ କରିଥିବା ନିଷ୍ପତ୍ତି ଗ୍ରହଣୀୟ ବୋଲି ନବଜୋତ ସିଂ ସିଦ୍ଧୁ କହିଛନ୍ତି। ଏହି ବିଜୟ ପାଇଁ ସିଦ୍ଧୁ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
ନବଜୋତ ସିଂ ସିଦ୍ଧୁ ଟୁଇଟ୍ କରି କହିଛନ୍ତି ଯେ ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର । ପଞ୍ଜାବ ଜନତାଙ୍କ ରାୟକୁ ସେ ନମ୍ରତାର ସହ ସ୍ୱୀକାର କରିବା ସହ ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି ।

ପଞ୍ଜାବ ଇତିହାସରେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ୯୦ ଟି ସିଟ୍ ଜିତିଥିବାର ନଜର ଆସିଛନ୍ତି। କଂଗ୍ରେସ ଦଳ ଏପର୍ୟ୍ୟନ୍ତ ୧୭ ଟି ଆସନରେ ଆଗୁଆ ରହିଛି। ଗତ ବିଧାନସଭା ନିର୍ବାଚନ ତୁଳନାରେ କଂଗ୍ରେସ ଦଳ ୬୦ ଟି ସିଟ୍ ହରାଉଛି। କ୍ଷମତା ଏବଂ ବିରୋଧର ସମସ୍ତ ବଡ ଚେହେରା ନିର୍ବାଚନରେ ହାରିଥିବାର ଦେଖାଯାଉଛି। ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ, ପୂର୍ବତନ ସିଏମ ପାର୍କାଶ ସିଂ ବାଦଲ ଏବଂ ଶିରୋମାନି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ବଡ଼ ଝଟକା ଲାଗିଛି ।

Leave a Reply

Your email address will not be published. Required fields are marked *