Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୨ ବର୍ଷ ପରେ ମା’ଙ୍କ ସହ ମିଶି ଖାଇଲେ ମୋଦୀ

(ଦ କୁଇଭର): ଦୀର୍ଘ ୨ ବର୍ଷ ପରେ ମା’କୁ ଭେଟିଲେ । ଆଉ ସାଙ୍ଗରେ ମସି ଖାଇଲେ ମଧ୍ୟ । ଆଜ୍ଞା ହଁ, ଆମେ କହୁଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା । ୪ଟି ରାଜ୍ୟରେ ବିପୁଳ ବିଜୟ ପରେ ୨ ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦୁଇ ବର୍ଷ ପରେ ନିଜ ମା ହୀରାବେନଙ୍କୁ ଭେଟିଛନ୍ତି । ୨୦୧୯ ମସିହା ଅକ୍ଟୋବର ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ମାଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତେବେ ଆଜି ମୋଦୀ ପ୍ରଥମେ ତାଙ୍କ ମାଙ୍କୁ ଭେଟିବା ପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ, ଆଉ ପରେ ପରେ ତାଙ୍କ ସହିତ ବସି ଖାଇଥିଲେ । ଯାହା ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ ଯେ, ପିଏମ୍ ମୋଦୀ ଆଜି ଅହମ୍ମଦାବାଦରେ ଏକ ବଡ ରୋଡ୍ ସୋ କରିଥିଲେ । ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଗୁଜୁରାଟରେ ଭବ୍ୟ ଆୟୋଜନ କରାଯାଇଥିଲା । ସେଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ପଞ୍ଚାୟତ ସମ୍ମିଳନୀରେ ନିଜର ସମ୍ବୋଧନ ରଖିଥିଲେ ।

Exit mobile version