କାଲିଠୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ, ଜାଣନ୍ତୁ କ’ଣ ରହିଛି ନୂତନ ନିର୍ଦ୍ଦେଶାବଳୀ ?

(ଦ କୁଇଭର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ବିମାନ ଉଡାନ । ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ସହିତ କେନ୍ଦ୍ର ସରକାର ପୁଣି ଥରେ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସବୁସେବା ୨୭ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହେବ । ଏଥିସହ କରୋନା କଟକଣା ପାଳନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସୂଚନାନୁସାରେ ଦୀର୍ଘ ୨ବର୍ଷଧରି ଆନ୍ତର୍ଜାତୀୟ ବିମାନ ଉଡାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା କିନ୍ତୁ ପରିସ୍ଥିତିକୁ ଦେଖି ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ସେବା ପୁନସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସାରକାର ।

ଜାଣନ୍ତୁ ନୂଆ ନିର୍ଦ୍ଦେଶାବଳୀ କ’ଣ
covid-୧୯ର ଗାଇଡଲାଇନ ଅନୁଯାୟୀ ଇଣ୍ଟରନ୍ୟାସନାଲ୍ ଫ୍ଲାଇଟରେ ୩ଟି ସିଟ୍ ଖାଲି ରଖିବା ଉପରେ ପ୍ରତିବନ୍ଧକ ହଟାଯାଇଛି । କରୋନା ମାମଲାଗୁଡ଼ିକର ହ୍ରାସ ସହିତ, ବିମାନ କର୍ମଚାରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଚଚଋ କିଟ୍ ର ଆବଶ୍ୟକତା ବର୍ତ୍ତମାନ ଦୂର ହୋଇଯାଇଛି । ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ପ୍ୟାଟ୍ ଡାଉନ୍ ସର୍ଚ୍ଚ କାର୍ୟ୍ୟ ପୁଣି ଆରମ୍ଭ ହେବ। ଏଥିସହ ବିମାନବନ୍ଦର କିମ୍ବା ବିମାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

Leave a Reply

Your email address will not be published. Required fields are marked *