Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପରୀକ୍ଷା ପେପରରେ ପୁଷ୍ପା କ୍ରେଜ୍

ମୁମ୍ବାଇ (ଦ କୁଇଭର): ପୁଷ୍ପା କ୍ରେଜରେ ମତୁଆଲା ବୁଢା ଠୁ ଟୋକା । ଡାଇଲଗ୍ ଠାରୁ ଆରମ୍ଭ କରି ଗୀତରେ ରିଲ୍ କରି ସୋସିଆଲ ମିଡିଆରେ ହୋଇଛନ୍ତି ଲୋକପ୍ରିୟ । ଏହା ସାଧାରଣ ଲୋକ ହେଉ କିମ୍ବା ବିଶେଷ ବ୍ୟକ୍ତି ହୁଅନ୍ତୁ । ଏପରିକି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ମ୍ୟାଚ ସମୟରେ ଅଲୁ ଅର୍ଜାନଙ୍କ ଷ୍ଟେପକୁ ନକଲ କରିଥିଲେ । ଖାଲି ସେତିକି ନୁହେଁ ସବୁଠି ଦେଖିବାକୁ ମିଳୁଛି ପୁଷ୍ପାର ନିଶା । ‘ଆପୁନ୍ ଜୁକେଗା ନାହିଁ’ ଠାରୁ ‘ତେରୀ ଝଲକ ଶରଫି’ ପର୍ୟ୍ୟନ୍ତ ଲୋକଙ୍କ ପାଟିରେ ଘୋଷା ହୋଇ ରହିଛି ।

ଏହି ସମୟରେ, ଏକ ଖବର ଅଛି ଯେ ଦଶମ ଶ୍ରେଣୀର ପିଲା ଏହା କରିଛନ୍ତି ଯାହାକୁ ଆପଣ ଭାବି ଆଶ୍ଚର୍ୟ୍ୟ ହେବେ ଜ୍ଝ ଜଣେ ଛାତ୍ର ପରୀକ୍ଷା ଖାତାରେ ବି ପୁଷ୍ପା ଡାଇଲଗ୍ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣାଟି ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ହେଲେ ଏହାର କୌଣସି ଠୋସ୍ ସୂଚନା ଗ୍ରହଣ କରାଯାଇ ନାହିଁ। କିନ୍ତୁ ପରୀକ୍ଷା ପେପରର ଫଟୋ ଭାଇରାଲ ହେବାରେ ଲାଗିଛି।

ସୂଚନାନୁସାରେ ଜଣେ ୧୦ମ ଶ୍ରେଣୀ ଛାତ୍ର ପରୀକ୍ଷାରେ ଉତ୍ତର ନଲେଖି ପୁଷ୍ପାର ଡାଏଲଗ ଲେଖିଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ଉତ୍ତର ଖାତାରେ ପିଲାଟି ‘ପୁଷ୍ପା ପୁଷ୍ପା ରାଜ ଅପୁନ୍ ଲିଖେଗା ନେହିଁ ସାଲା’ ଲେଖିଥିବା ବେଳେ ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ବି ଏହା ଦେଖି ଚକିତ ହୋଇପଡିଛନ୍ତି । ପିଲାଟିର ପରୀକ୍ଷା ଖାତାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା ପ୍ରାୟ ସରିଗଲାଣି । ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଛି ।

ତେବେ ମୂଲ୍ୟୟନ ବେଳେ ପରୀକ୍ଷା ଖାତାରେ ଲେଖା ହୋଉଥିବା ଏଭଳି ପୁଷ୍ପା ଡାଏଲଗକୁ ଦେଖି ଶିକ୍ଷକ ଅବାକ୍ ହୋଇପଡିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି । ପିଲା ଅଫ୍ଲାଇନରେ ପରୀକ୍ଷା ଦେଇଛନ୍ତି । ତେବେ ପାଠ ନଲେଖି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ଏଭଳି ଫିଲ୍ମ ଡାଏଲଗ୍ ଲେଖିବା ସେମାନଙ୍କ ଭବିଷ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version