Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଡେଙ୍ଗୀ କନିଆଙ୍କୁ ଗେଡା ବର

(ଦ କୁଇଭର ବ୍ୟୁରୋ): ଡେଙ୍ଗୀ କନିଆଙ୍କୁ ଗେଡା ବର । ସ୍ୱାମୀଠାରୁ ସ୍ତ୍ରୀ ଦୁଇଫୁଟ ଡେଙ୍ଗା । ଏଭଲି ଏକ ନିଆରା ଦମ୍ପତ୍ତି ସୋସିଆଲମିଡିଆରେ ଭାଇରାଲ ହେଉଛନ୍ତି । ସୂଚନାନୁସାରେ ଦମ୍ପତ୍ତି ହେଉଛନ୍ତି ଇଂଲଣ୍ଡର ଜେମସ୍ ଏବଂ ଲୋଏ ଲୁଷ୍ଟେଡ୍ । ଉଭୟଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା । ୩୩ ବର୍ଷୀୟ ଜେମସ୍ ପେଶାରେ ଜଣେ କଳାକାର ଓ ଉପସ୍ଥାପକ ଏବଂ ୨୭ ବର୍ଷୀୟା ଲୋଏ ଜଣେ ଶିକ୍ଷୟିତ୍ରୀ । ନିକଟରେ ଉଭୟ ଏକ ରେକର୍ଡ ଭାଙ୍ଗି ନୂଆ ବିଶ୍ବ ରେକର୍ଡ ତିଆରି କରିଛନ୍ତି । ବିବାହିତ ଦମ୍ପତ୍ତିମାନଙ୍କ ମଧ୍ୟରୁ ଉଚ୍ଚତା ପାର୍ଥକ୍ୟରେ ରେକର୍ଡ କରିଛନ୍ତି ଉଭୟ ।

Couple with the greatest height difference in the world | celex

ଜେମସ୍ଙ୍କ ଉଚ୍ଚତା ୩ ଫୁଟ୍ ୭ ଇଞ୍ଚ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଉଚ୍ଚତା ହେଉଛି ୫ ଫୁଟ୍ ୪ ଇଞ୍ଚ । ଉଭୟଙ୍କ ମଧ୍ୟରେ ଉଚ୍ଚତା ପାର୍ଥକ୍ୟ ୨ ଫୁଟ୍ । ଜେମସ୍ଙ୍କର ଏକ ବିରଳ ପ୍ରକାରର ଡାଇଷ୍ଟ୍ରୋଫିକ୍ ଡିସପ୍ଲେସିଆ ରୋଗ ରହିଛି । ଏକ ଜେନେଟିକ୍ ବ୍ୟାଧି ଯାହା ହାଡ ଏବଂ କାର୍ଟିଲେଜ୍ ବିକାଶକୁ ପ୍ରଭାବିତ କରିଥାଏ । ତାଙ୍କର ଓ୍ବାରଫିଜିମ କାରଣରୁ, ସେ ଭବିଷ୍ୟତରେ କେବେ ବିବାହ କରିପାରିବେ କି ନାହିଁ ସେ ନେଇ ଚିନ୍ତାରେ ପଡିଯାଇଥିଲେ । ତଥାପି ସେ ନିଜ ଜୀବନକୁ ପୂର୍ଣ୍ଣ ଭାବରେ ବଞ୍ଚିବାକୁ ଚାହୁଁଥିଲେ ।

୧୦୧୨ ମସିହାରେ ଦୁହେଁ ଦୁହେିଁଙ୍କୁ ଦେଖିଥିଲେ । ଜେମସ୍ ଙ୍କ କିଛି ବନ୍ଧୁ ଲୋଏଙ୍କ ସହିତ ତାଙ୍କର ପରିଚୟ କରାଇଥିଲେ। ପ୍ରଥମ ଦେଖାରେ ହିଁ ଉଭୟ ଉଭୟଙ୍କ ପ୍ରେମରେ ପଡିଯାଇଥିଲେ । ଲୋକମାନେ କ’ଣ ଭାବିବେ ସେ ନେଇ ଆଦୌ ଭୟ କରିନଥିଲେ ବୋଲି କହିଛନ୍ତି ଲୋଏ । ୨୦୧୬ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ବର୍ତ୍ତମାନ ତାଙ୍କର ୨ ବର୍ଷର ଝିଅ ମଧ୍ୟ ରହିଛି, ନାଁ ରଖିଛନ୍ତି ଓଲିଭିଆ । ଉଭୟଙ୍କ ଭଲପାଇବା ଅନେକ କିଛି ଶିକ୍ଷା ଦେଇଥାଏ ।

Exit mobile version