Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କରୋନା ସଂଙ୍କଟରେ ହଇଚଇ ସୃଷ୍ଟି କରିଛି ଏହି ୩ଟି ରୋଗ

(ଦ କୁଇଭର ବ୍ୟୁରୋ): କରୋନା ମହାମାରୀ ପରେ ଏବେ ବିଶ୍ୱରେ ଆଉ ଏକ ସଙ୍କଟ ଦେଖାଦେଇଛି । କରୋନା ସଂକ୍ରମଣରୁ ସମଗ୍ର ବିଶ୍ୱକୁ ମୁକ୍ତି ମିଳିନଥିବା ବେଳେ ଆଉ ତିନୋଟି ନୂଆ ରୋଗ ଏବେ ବ୍ୟାପିବା ଆରମ୍ଭ ହୋଇଛି । ଟମାଟୋ ଫ୍ଲୁ , ମଙ୍କିଫକ୍ସ, ହେପାଟାଇଟିସ୍ ଭଳି ଭାଇରାଲ ରୋଗ ଏବେ ଚିନ୍ତା ବଢାଇଛି ।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପୃଥିବୀର ୧୨ ଟି ଦେଶରେ ମଙ୍କିଫକ୍ସର ପ୍ରାୟ ୯୨ ମାମଲା ପଞ୍ଜିକୃତ ହୋଇଛି । ଏହି ରୋଗର ସଂକ୍ରମଣକୁ ନେଇ ବିଶ୍ୱରେ ଆତଙ୍କ ଖେଳିଯାଇଛି । ଆଉ ଏକ ବିରଳ ଭାଇରାଲ ରୋଗ ମଙ୍କି ଫକ୍ସ ରୋଗକୁ ନେଇ ବଢିଛି ଚିନ୍ତା । ବିଶେଷଜ୍ଞଙ୍କ ମତରେ ୧୯୫୮ ମସିହାରେ ଏହି ରୋଗ ପ୍ରଥମେ ମାଙ୍କଡମାନଙ୍କଠାରେ ଦେଖିବାକୁ ମିଳିଥିଲା ୧୯୭୦ରେ ମଙ୍କିଫକ୍ସ ସଂକ୍ରମଣର ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା । ଆଉ ଏବେ ଏହା ଧିରେ ଧିରେ ବ୍ୟାପୁଛି ।

ଏଥିସହ ଟମାଟୋ ଫ୍ଲୁ କୁ ନେଇ ବଢିଛି ଚିନ୍ତା । କୁହାଯାଉଛି ଏହା ଏକ ଭାଇରାଲ ରୋଗ । ଏହା ପ୍ରାୟତଃ ୫ବର୍ଷରୁ କମ୍ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ଏହି ରୋଗର ସଂକ୍ରମଣ ମାମଲା ମଧ୍ୟ ବଢୁଛି । ଏଥିସହ ବିଗତ କିଛି ଦିନ ହେବ, ସାରା ବିଶ୍ୱରେ ପିଲାମାନଙ୍କଠାରେ ହେପାଟାଇଟିସ୍ ରୋଗ ଦେଖାଦେଇଛି । ଏବେ ଏହି ସବୁ ଭାଇରାଲ ରୋଗ ବ୍ୟାପୁଥିବାରୁ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର ଦିନ ମଙ୍କି ଫକ୍ସ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତେବେ ହଠାତି ଏପରି ମାମଲା ସଂଖ୍ୟା ବଢୁଥୁବାରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ, ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏବଂ ବିଟ୍ରେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ସମେତ ପ୍ରମୁଖ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ରୋଗ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛନ୍ତି ।

Exit mobile version