Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପୁଅର ଶବ ପାଇଁ ଭିକ ମାଗୁଛନ୍ତି ବାପା-ମା’

ପାଟନା (ଦ କୁଇଭର): ଏ ଦୁଆରୁ ସେ ଦୁଆର, ବାର ଦୁଆର ବୁଲୁଛନ୍ତି ବାପା-ମା’ । ଆଉ ବୁଲି ବୁଲି ଭିକ ମାଗୁଛନ୍ତି । ଏ ଭିକ ପେଟ ପୋଷିବା ପାଇଁ ନୁହେଁ ବରଂ ପୁଅର ମୃତଦେହ ପାଇଁ । ୫୦ ହଜାର ଟଙ୍କା ଦେଲେ ମିଳିବ ପୁଅର ଶବ । ଏଭଳି କିଛି ସର୍ତ୍ତ ରଖିଛନ୍ତି ଡାକ୍ତରଖାନା କର୍ମଚାରୀ । ଆଉ ଯେଉଁଥିପାଇଁ ବାର ଦୁଆର ବୁଲି ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ବାପା-ମା’ । ଏଭଳି ଏକ ହୃଦୟ ବିଦାରକ ଓ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ ।

ବାପା-ମା’ଙ୍କ ର ଇଚ୍ଛା ଥିଲା । ପୁଅ ବଡ଼ ହୋଇ ପରିଣତ ବୟସରେ ଆମକୁ ପୋଶିବ । କିନ୍ତୁ ସେଇ ପୁଅର ମୃତଦେହ ପାଇଁ ଦିନେ ପରିଣତ ବୟସରେ ଯେ ଭିକ ମାଗିବାକୁ ପଡ଼ିବ ଏକଥା ଏ ବାପା-ମା’ ହୁଏତ କେବେ ଭାବି ନଥିବେ । ଟଙ୍କା ଦେଲେ ମିଳିବ ପୁଅର ଶବ । ଏଭଳି ରୋକଠୋକ୍ ଶୁଣାଇ ଦେଇଛନ୍ତି ବିହାର ସମସ୍ତିପୁରା ଜିଲ୍ଲାର ଏକ ସରକାରୀ ହସ୍ପିଟାଲର କତ୍ତୃପକ୍ଷ । ହସ୍ପିଟାଲର ଶବ ବ୍ୟବଚ୍ଛେଦ ବିଭାଗର ଜଣେ କର୍ମଚାରୀ ମୃତଦେହ ଫେରାଇବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ଆଉ ଏହାପରେ ପୁଅର ମୃତଦେହ ପାଇଁ ଏ ଦୁଆରୁ ସେ ଦୁଆର ବୁଲି ବୁଲି ଭିକ ମାଗୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଯଦିଓ ହସ୍ପିଟାଲ କର୍ତ୍ତୃପକ୍ଷ ଶବକୁ ଫେରାଇ ଦେଇଛନ୍ତି ।

କିନ୍ତୁ ପ୍ରଶ୍ନ ଉଠୁଛି, ବିହାରରେ ଦୀର୍ଘଦିନ ଧରି ନୀତିଶ ସରକାର ରହିବା ପରେ ଇଏ କ’ଣ ସ୍ୱାସ୍ଥ୍ୟ ଭିିତ୍ତିଭୂମିର ବିକାଶ? ଟଙ୍କା ପାଇଁ ଶବ ବନ୍ଧକ ରଖିବା କେତେ ଯୁକ୍ତିଯୁକ୍ତ? କାହିଁକି ଏଭଳି ବାରମ୍ବାର ଘଟଣା ଘଟୁଛି? ଏଥିପ୍ରତି କାହିଁକି ସରକାରଙ୍କ ଦୃଷ୍ଟି ନାହିଁ, ତାହା ଏବେ ପ୍ରଶ୍ନବାଚୀ । ସେପଟେ ଏହି ମାମଲାରେ ହସ୍ପିଟାଲର ସିଭିଲ ସର୍ଜନ ଡାକ୍ତର ଏସ.କେ ଚୌଧୁରୀ କହିଛନ୍ତି, କର୍ମଚାରୀମାନେ ଟଙ୍କା ମାଗିଥାଇ ପାରନ୍ତି, କିନ୍ତୁ ମୃତହେଦ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିବା କଥାକୁ ଖଣ୍ଡନ କରିଛନ୍ତି । ଯଦି ଏପରି କିଛି ଘଟିଥାଏ ତେବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଘଟଣାନୁଯାୟୀ, ଜୁନ୍ ୬ରେ ମୃତଦେହ ମୁସ୍ରିଘରାରୀ ପୋଲିସ ଷ୍ଟେସନରୁ ମିଳିଥିଲା । ପରଦିନ ସମ୍ପର୍କୀୟମାନେ ଆସି ଶବକୁ ଚିହ୍ନଟ କରିଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉକ୍ତ ସରକାରୀ ହସ୍ପିଟାଲକୁ ପଠାଇଥିଲା । ପରେ ୫୦ ହଜାର ଟଙ୍କା ଦେଲେ ଶବ ହସ୍ତାନ୍ତର କରିବେ ବୋଲି ଶବ ବ୍ୟବଚ୍ଛେଦ ଗୃହର କର୍ମଚାରୀ କହିଥିବା ଅଭିଯୋଗ ହୋଇଥିଲା । ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ସରକାରୀ ହସ୍ପିଟାଲରେ ବିନା ଟଙ୍କାରେ କୌଣସି କାମ ହୁଏ ନାହିଁ । ଏହି ହସ୍ପିଟାଲର ଅଧିକାଂଶ କର୍ମଚାରୀ ଚୁକ୍ତି ଭିତ୍ତିକ ନିଯୁକ୍ତିରେ ଅଚନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ୍ ଟାଇମରେ ଦରମା ନ ମିଳୁଥିବାରୁ ସେମାନେ ଟଙ୍କା ଲାଞ୍ଚ ନେଇଥାନ୍ତି ।

Exit mobile version