ଦଶମ ଶ୍ରେଣୀ ପିଲା ପଢିବେ କୋଭିଡ ପାଠ

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ସ୍କୁଲରେ ପଢାଯିବ କୋଭିଡ ପାଠ । ଅର୍ଥାତ୍ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ କୋଭିଡ ପାଠ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ-କୋଭିଡ୍ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ ୧୧ ହୋଇଛି। କରୋନା ଭଳି ଏକ ମହାମରୀ କିପରି ଉତ୍ପତି ହୋଇଥିଲା । ଏହାର ଲକ୍ଷଣ ଓ ସତର୍କତା ଆଦି ବିଷୟବସ୍ତୁ ଏହି ପାଠ୍ୟକ୍ରମରେ ସ୍ଥାନିତ କରାଯିବ । କରୋନାକୁ ମାତ୍ ଦେଇହେବ ସେଥିପାଇଁ ସ୍କୁଲ ସ୍ତରରେ ଉଦ୍ୟମ କରାଯିବା ଉଚିତ୍ । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ ମଧ୍ୟ କରାଯାଉଛି ।

ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜୀବ ବିଜ୍ଞାନରେ ଉକ୍ତ ୧୧ଟି ଅଧ୍ୟାୟ ପଢ଼ି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସେହିପରି ଭୂଗୋଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରାଯାଇଥିବାର ସୂଚନା ମିଳିଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡ଼ା ହୋଇଛି । କୋଭିଡ୍ ରୋଗ ଏବଂ ଏହାର ପରିଚାଳନା ପାଠ ପଢ଼ିଲେ ପିଲାମାନେ ଅନେକ ଶିକ୍ଷା ଲାଭ କରିବା ସହ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟମାନେ ମଧ୍ୟ ସଚେତନ ହୋଇପାରିବେ ବୋଲି ଶିକ୍ଷାବିତ୍ମାନେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *