କମନୱେଲଥ୍ ଗେମରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ସଙ୍କେତ

ବର୍ମିଂହାମ (ଇଂଲଣ୍ଡ)(ଦ କୁଇଭର): ଇଂଲଣ୍ଡରେ ବର୍ମିଂହାମ୍ ରେ ୨୨ ତମ କମନୱେଲଥ୍ ଗେମ ଖେଳାଯାଉଛି । ଆଜି ଦ୍ୱିତୀୟ ଦିନରେ ଭାରତକୁ ମିଳିଛି ପ୍ରଥମ ପଦକ । ୫୫କେଜି ଭାରତ୍ତୋଳନ ପ୍ରତିଯୋଗିତାରେ ସଙ୍କେତ ସରଗର ହାତେଇଛନ୍ତି ରୌପ୍ୟ ପଦକ । ସେ ମୋଟ ୨୪୮ କେଜି ଓଜନ ଉଠାଇ ଏହି ବିଜୟ ହାସଲ କରିଛନ୍ତି । ସଙ୍କେତ ସ୍ନାଚରେ ୧୧୩ କେଜି ଓଜନ ଉଠାଇ ଥିବାବେଳେ କ୍ଲିନ ଆଣ୍ଡ ଜର୍କରେ ୧୩୫ କେଜି ଓଜନ ଉଠାଇଛନ୍ତି । ତେବେ ଏହି ବର୍ଗରେ ମାଲେସିୟାର ବିନ ମହମ୍ମଦ ଅନିକ ସ୍ୱର୍ଣ୍ଣ ଜିତିଛନ୍ତି । ଅନିତ ମୋଟ ୨୪୯ କେଜି ଓଜନ ଉଠାଇ ଗୋଲ୍ଡେନ ବାଜି ମାରିନେଇଛନ୍ତି । ସେ ସ୍ନାଚରେ ୧୦୭ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୪୨ କେଜି ଓଜନ ଉଠାଇଥିବା ଜଣାପଡିଛି ।

ମହାରାଷ୍ଟ୍ର ସାଙ୍ଗଲିର ବାସିନ୍ଦା ସଙ୍କେତଙ୍କର ଭାରୋତ୍ତୋଳନ ପ୍ରତି ଗଭୀର ରୁଚି ରହି ଆସିଛି। ୨୧ ବର୍ଷୀୟ ସଙ୍କେତ କୋହ୍ଲାପୁରର ଶିବାଜୀ ବିଶ୍ୱବିଦ୍ୟାଳୟରେ ଇତିହାସର ଛାତ୍ର। ସେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୦ ଏବଂ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ବି ଚାମ୍ପିୟନ ଥିଲେ। ସଙ୍କେତ ୫୫ କେଜି ବର୍ଗରେ ଜାତୀୟ ରେକର୍ଡ (ମୋଟ ୨୪୪ କେଜି) ମଧ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *