ଭାରତ-ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଜରୁରୀ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ

FILE PHOTO

ଦିଲ୍ଲୀ (ଦ କୁଇଭର): ପୁଣି ଡ୍ରାଗନ ସେନାର ଔଦ୍ଧତ୍ୟ । ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି। ଏହି ସଂଘର୍ଷର ସାଟେଲାଇଟ୍ ଚିତ୍ର ଏବେ ସାମ୍ନାକୁ ଆସିଛି। ତୱାଙ୍ଗ ସେକ୍ଟରରେ ଚୀନ୍ ବସାଇଥିବା ଗାଁର ଫଟୋ ଏଥିରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଆର ପାଶ୍ୱର୍ରେ ଚୀନ୍ ସେନା ଏକ ସଡକ ମଧ୍ୟ ତିଆରି କରିଥିବା ଫଟୋରେ ନଜର ଆସିଛି। ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହୋଇଥିବା ଜଣାପଡିଛି । ଏହାକୁ ଗୁରୁତ୍ୱର ସହିତ ନେଇ ଜରୁରୀ ବୈଠକ ଡକାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ।

ଏହି ବୈଠକରେ ତିନି ସେନାର ମୁଖ୍ୟ ସିଡିଏସ୍, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ସଚିବ ତଥା ପ୍ରତିରକ୍ଷା ସଚିବ ମଧ୍ୟ ସାମିଲ ହେବେ । ସୂଚନା ଅନୁସାରେ- ଗତ ୯ ତାରିଖରେ ସୀମାରେ ଭାରତ-ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏକାଧିକ ଯବାନ ମଧ୍ୟ ଆହତ ହୋଇଛନ୍ତି । ସେହିଦିନ ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ୍ ଆସି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ । ଏହାର ମୁକାବିଲା କରିଥିଲେ ଉପସ୍ଥିତ ଥିବା ଭାରତୀୟ ଯବାନ । ଏହି ଘଟଣାରେ ୬ ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି ।

ଚୀନ ସେନାର ମଧ୍ୟ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ୨୦୨୦ ଗଲୱାନ ଘାଟି ଘଟଣା ପରେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି । ଗଲୱାନ ଘାଟିରେ ହୋଇଥିବା ମୁହାଁମୁହିଁ ଘଟଣାରେ ଚୀନର ୪୫ ଜଣ ଯବାନ ନିହତ ହୋଇଥିଲେ । ଭାରତ ପକ୍ଷରୁ ମଧ୍ୟ ୨୦ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରଠାରୁ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇ ଦେଶର ସେନା ମଧ୍ୟରେ ଉତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି । ତେବେ ବେଶ କିଛି ଦିନର ନିରବତା ପରେ ପୁଣିଥରେ ଚୀନ ନିଜର ଅସଲ ରୁପ ଦେଖାଇଛି ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *