ଗୋବିନ୍ଦଙ୍କ ଶେଷ ଚିଠି: ଅଛି କି ନେତାଙ୍କ ନାଁ ?

(ଦ କୁଇଭର) ଗୋବିନ୍ଦଙ୍କ ଶେଷ ଚିଠରେ କ’ଣ ଏମିତି ଅଛି? କିଛି ଗୂଢ ରହସ୍ୟ ଖୋଲିଦେଇ ଯାଇନାହାନ୍ତି ତ ଗୋବିନ୍ଦ? ଏହି ଚିଠିରେ ଅଛି କି ନେତାଙ୍କ ନାଁ? ମମିତା ମେହେର ହତ୍ୟା ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସେ ସେଥିରେ ଲେଖିଛନ୍ତି କି? ଚିଠିରେ ମମିତା ମେହେର ଘଟରାରେ ସଂମ୍ପୂକ୍ତ ଥିବା ନେତା, ମନ୍ତ୍ରୀଙ୍କ ନାଁ ସୂଚାଇଛନ୍ତି କି? ସେ ଚିଠିରେ ଏମିତି କିଛି ଅଛି କି, ଯାହା ଶାସକ ଦଳକୁ ବା ନେତା, ମନ୍ତ୍ରୀଙ୍କର ଆସନ ହଲାଇଦେବ? ନ ହେଲେ ପୋଲିସ ଓ କ୍ରାଇମବ୍ରାଞ୍ଚ ଏ ଚିଠିକୁ ନେଇ ଏତେ ବିବ୍ରତ କାହିଁକି? କାହିଁକି ।ସ ଚିଠି ଠିକଣା ଲେଖାଯାଇଥିବା ସ୍ଥାନରେ ପହଞ୍ଚାଯାଉନାହିଁ? କାହିଁକି ସେ ଚିଠିକୁ ସର୍ବସାଧାରଣ କରାଯାଉନାହିଁ ?

ଗୋବିନ୍ଦଙ୍କ ମୃତ୍ୟୁ ପରେ ତାଙ୍କ ଜ୍ୟାକେଟରୁ ମିଳିଥିବା ଏହି ଚିଠିକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଲଫାପାରେ ଲେଖାଯାଇଥିଲା ଲିପିକା ସାହୁ, ମାର୍ଫତ୍ ସୁଷମା ସାହୁ । ଲିପିକା ସାହୁ ହେଉଛନ୍ତି ଗୋବିନ୍ଦଙ୍କ ବଡ଼ ଝିଅ । ଆଉ ସୁଷମା ହେଉଛନ୍ତି ଗୋବିନ୍ଦଙ୍କ ପତ୍ନି । ଆର୍ଥାତ୍ ଗୋବିନ୍ଦ ଚିଠିଟି ଲିପିକାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ମାତ୍ର ଥାନା ଅଧିକାରୀ ଲଫାପା ଖୋଲି ନିଜେ ଚିଠି ପଢିଥିଲେ । ପରେ ଏହାକୁ ପରିବାରର କାହାକୁ ନ ଦେଇ ନିଜ ପାଖରେ ରଖିଦେଇଥିଲେ । ଅନ୍ୟପଟେ ଦେଖିବାକୁ ଗଲେ, ଗୋବିନ୍ଦ ସାହୁଙ୍କ ମୃତ୍ୟୁ ସାଧାରଣ ଘଟଣା ନୁହେଁ, ଏହା ଏକ ଅତ୍ୟନ୍ତ ବିବାଦୀୟ ଘଟଣା । ବିବାଦୀୟ ଏଥିପାଇଁ, କାରଣ ଡିଏନଏ ରିପୋର୍ଟରେ ମମିତା ମେହେରଙ୍କ ଶବ ସ୍ପଷ୍ଟ ହେଲା ନାହିଁ । ତେଣୁ ଗୋବିନ୍ଦଙ୍କୁ ଜେଲରେ ରଖିବାର ଆଇନଗତ ବ୍ୟବସ୍ଥା ନାହିଁ ।

ତା ଛଡ଼ା ମାଇକ୍ରୋ ଡିଏନଏ ଟେଷ୍ଟରେ କାହିଁକି ମମିତାଙ୍କ ବାପା ମା’ଙ୍କ ଡିଏନଏ ସହ ମିଶିଲା ନାହିଁ? ଏହାଛଡ଼ା ଆଉ ଗୋଟିଏ ବିବାଦ ଯଦି ଆମେ ଦେଖିବା, ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ରଙ୍କ ନାଁ ବେଶ୍ ଚର୍ଚ୍ଚାକୁ ଆସିଥିଲା । ଦିବ୍ୟଶଙ୍କରଙ୍କର ଘନିଷ୍ଠ ଥିଲେ ଗୋବିନ୍ଦ । ଏହି ମାମଲାରେ ଦିବ୍ୟଶଙ୍କରଙ୍କର ସମ୍ପୃକ୍ତିକୁ ନେଇ ବିରୋଧୀ ହୋ ହଲ୍ଲା କରିଥିଲେ । ଗୋବିନ୍ଦ ଗିରଫ ହୋଇ ଖସିପଳାଇଥିଲେ, ପୁଣି ତାଙ୍କୁ ଗିରଫ କରାଗଲା । ସେ ଅତି ସହଜରେ ଗିରଫ ହୋଇଯାଉଥିଲେ । ଗିରଫ ହୋଇ ଖସିଯିବା ଓ ପରେ ପୁଣି ଧରାପଡ଼ିବା ମଧ୍ୟରେ କିଛି ବୁଝାମଣା ହୋଇଗଲା କି? ଗୋବିନ୍ଦ ଦୋଷୀ ନୁହେଁ ବୋଲି ପ୍ରମାଣ କରିଦେବାର ସୁଯୋଗ ଥିବାରୁ ଅସଲ ଦୋଷୀ ଫସିବା ଭୟରେ ଗୋବିନ୍ଦଙ୍କ ମୃତ୍ୟୁ ବିବାଦୀୟ ହୋଇପଡ଼ୁଛି ।

ଏହି ସବୁ ବିବାଦୀୟ ସ୍ଥିତି ଭିତରେ ଗୋବିନ୍ଦଙ୍କ ଶେଷ ଚିଠିକୁ କାହିଁକି ତାଙ୍କ ପରିବାରକୁ ଦେଉନି ପୋଲିସ? କାହିଁକି ପୋଲିସ ଓ କ୍ରାଇବ୍ରାଞ୍ଚ ମଧ୍ୟରେ ଚିଠି ଦିଆନିଆ ଚାଲିଛି? କାହିଁକି ପରିବାର ଲୋକଙ୍କୁ ସେ ଚିଠି ଦେଖାଯାଉନାହିଁ? କାରଣ କ୍ରାଇମବ୍ରାଞ୍ଚ କେବେ ବି ର୍ନିବିବାଦୀୟ ନୁହେଁ । ଯେତେ ଯେତେ ଘଟଣାର ତଦନ୍ତ କରିଛି, ସବୁ ଯାକ ଘଟଣାର ତଦନ୍ତ ଫୁସକିଯାଇଛି । ଅଭିଯୋଗ ଗୋଟେପଟେ ଥିବା ବେଳେ ତଦନ୍ତ ଆଉ ଗୋଟିଏ ଦିଗକୁ ଯାଉଛି କ୍ରାଇମବ୍ରାଞ୍ଚ । ଅର୍ଥାତ୍ କ୍ରାଇମବ୍ରାଞ୍ଚର ତଦନ୍ତକୁ ଅନେକ ସମୟରେ କୂଟକୌଶଳ ରହୁଥିବା ଅନେକ ସମୟରେ ଅଭିଯୋଗ ଆସୁଛି । ତେଣୁ କ୍ରାଇମବ୍ରାଞ୍ଚର ତଦନ୍ତକୁ ଆମେ ସଚ୍ଚୋଟ ବୋଲି କହିପାରିବା ନାହିଁ । ଏହାକୁ ନେଇ ବିବାଦ ତ ବଡ଼ ହେବ । କିନ୍ତୁ ସେ ଚିଠିକୁ ଏତେ ଭୟ କାହିଁକି? କ’ଣ ଏମିତି ସେ ଚିଠିରେ ଲେଖା ଯାଇଛି?

Leave a Reply

Your email address will not be published. Required fields are marked *